କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ
ନୂଆଦିଲ୍ଲୀ: ଲକଡାଉନ୍ ଘୋଷଣା ପରେ କିମ୍ବା ଏହା ପୂର୍ବରୁ ଚାକିରୀକୁ ନେଇ ଯେଉଁ ଆଶଙ୍କା କରାଯାଇଥିଲା, ତାହା ବାସ୍ତବରେ ପରିଣତ ହେବାରେ ଲାଗିଛି । ଲକଡାଉନ୍ ସମୟରେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୧ କୋଟି ୮୯ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । ଏଥିରେ କେବଳ ବେତନ ପାଉଥିବା ଲୋକମାନେ ହିଁ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ବେତନ ଅର୍ଜନ କରୁ ନଥିବା, ଅର୍ଥାତ୍ ଯେଉଁମାନେ ପ୍ରତିଦିନ କାମ କରନ୍ତି ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ […]